ନୂଆଦିଲ୍ଲୀ: ୟୁରୋପର ୮ଟି ଦେଶ କୋଭିସିଲ୍ଡ ଭ୍ୟାକ୍ସିନକୁ ଅନୁମତି ପ୍ରଦାନ କରିଛନ୍ତି। ଏହାର ଅର୍ଥ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର କୋଭିସିଲ୍ଡ ଭ୍ୟାକ୍ସିନକୁ ଗ୍ରୀନ ପାସପୋର୍ଟରେ ସାମିଲ କରାଯାଇଛି। ଏଥିରେ ଅଷ୍ଟ୍ରିଆ, ଜର୍ମାନୀ, ସ୍ୱିଜରଲାଣ୍ଡ, ସୋଲଭେନିୟା, ଗ୍ରୀସ, ଆଇସଲ୍ୟାଣ୍ଡ, ଆୟରଲ୍ୟାଣ୍ଡ ଓ ସ୍ପେନ ରହିଛି।
ଗ୍ରୀନ ପାସପୋର୍ଟ ଦ୍ୱାରା କୋଭିସିଲ୍ଡ ନେଇଥିବା ଲୋକେ ଉକ୍ତ ଦେଶକୁ ଯାତ୍ରା କରିପାରିବେ। କୋଭିସିଲ୍ଡକୁ ବର୍ତ୍ତମାନ ପର୍ଯ୍ୟନ୍ତ ୟୁରୋପୀୟ ସଂଘ ମଞ୍ଜୁରୀ ଦେଇନଥିବାରୁ ଭାରତୀୟଙ୍କ ପାଖରେ ୟୁରୋପ ଯିବା ପାଇଁ ଗ୍ରୀନ ପାସ୍ ନଥିଲା। ୟୁରୋପୀୟ ସଂଘ ଜୁଲାଇ ପହିଲାଠୁ ଗ୍ରୀନ ପାସ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏଥିସହିତ କୋଭିସିଲ୍ଡ ଟିକା ନେଇଥିବା ଭାରତୀୟଙ୍କୁ ସମ୍ପୃକ୍ତ ଦେଶରେ କ୍ୱାରେଣ୍ଟାଇନରେ ମଧ୍ୟ ରହିବାକୁ ପଡ଼ିବନି ବୋଲି ସୂଚନା ମିଳିଛି।