ଗୁଲସନ କୁମାର ହତ୍ୟା ମାମଲା: ରଉଫ ମରଚାଣ୍ଟଙ୍କୁ ଆଜୀବନ କାରାଦଣ୍ଡ

ମୁମ୍ବାଇ,ଏଜେନ୍ସି: ଗୁଲସନ କୁମାର ହତ୍ୟା ଘଟଣାରେ ରାୟ ପ୍ରକାଶ କରିଛନ୍ତି ବମ୍ବେ ହାଇକୋର୍ଟ। ଜଷ୍ଟିସ ଜୟଦେବ ଓ ବୋରକାରଙ୍କ ଖଣ୍ଡପୀଠରେ ଏହି ହତ୍ୟା ଘଟଣାରେ ରାୟ ପ୍ରକାଶ ପାଇଛି। ହତ୍ୟା ଘଟଣାରେ ଅବଦୁଲ ରଉଫ ମରଚାଣ୍ଟ ଦୋଷୀ ସାବ୍ୟସ୍ତ ହୋଇଛି।

ଘଟଣାରେ ଚାରିଟି ଆବେଦନ ହାଇକୋର୍ଟରେ ଅନ୍ତର୍ଭୁକ୍ତ ହୋଇଛି। ସେଥିରୁ ତିନିଟି ଆବେଦନ ରଉଫ ମରଚାଣ୍ଟ, ରାକେଶ ଖାଓକର ଓ ରାକେଶ ଚଞ୍ଚାୟା ପିନ୍ନାମଙ୍କ ବିରୋଧରେ ରହିଥିଲା। ହତ୍ୟା ଘଟଣାରେ ଦୋଷୀ ରଉଫ ମରଚାଣ୍ଟର ଦଣ୍ଡ ସ୍ଥିର ରହିଛି। ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ରଉଫ ମରଚାଣ୍ଟ କୌଣସି ମତେ ଉଦାରତାର ଅଧିକାରୀ ନୁହେଁ କାରଣ ସେ ପୂର୍ବରୁ ମଧ୍ୟ ବାଂଲାଦେଶ ଫେରାର ହୋଇଯାଇଥିଲା। ଏପ୍ରିଲ ୨୦୦୨ରେ ରଉଫକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ୨୦୦୯ରେ ତା’ ମାଆଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ତାକୁ ବେଲ ମିଳିଥିଲା। ଏହି ସମୟରେ ସେ ବାଂଲାଦେଶ ଫେରାର ହୋଇଯାଇଥିଲା। ୧୯୯୭ ଅଗଷ୍ଟ ୧୨ ତାରିଖରେ ମୁମ୍ବାଇର ଜୁହୁରେ ଟି-ସିରିଜ ସଂସ୍ଥାପକ ଗୁଲସାନ କୁମାର ଏକ ମନ୍ଦିରରୁ ଫେରୁଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପାଖାପାଖି ୨୪ ବର୍ଷ ପରେ କୋର୍ଟ ତାର ନିଷ୍ପତ୍ତି ଶୁଣାଇଛି। ଯାହା ଉପରେ ସମସ୍ତଙ୍କ ନଜର ଥିଲା।