ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇକୁ ଅନୁମତି ମାଗିଲା ଜାଇଡ଼ସ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ୧୨ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ପ୍ରସ୍ତୁତ ହେଲା ଟିକା। ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇକୁ ଅନୁମତି ମାଗିଲା ଜାଇଡ଼ସ କ୍ୟାଡ଼ିଲା। କରୋନା ବିରୋଧ ମହାଯୁଦ୍ଧରେ ଭାରତ ଆଉ ଏକ ବଡ଼ ଅସ୍ତ୍ର ପାଇବାକୁ ଯାଉଛି। ଯଦି ସବୁ କିଛି ଠିକ୍ ହୁଏ, ତେବେ ଭାରତରେ ଖୁବ ଶୀଘ୍ର ୧୨ ବର୍ଷରୁ ଊର୍ଦ୍ଧ୍ୱ ପିଲାମାନଙ୍କୁ ଟିକାକରଣ କରାଯିବ।

ବେଙ୍ଗାଲୁରୁ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜାଇଡସ କ୍ୟାଡିଲା ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଏହାର ଡିଏନଏ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ)ରୁ ଅନୁମୋଦନ ଲୋଡିଛି। ଯଦି ଏହି ଟିକା ଡିସିଜିଆଇ ଦ୍ୱାରା ଅନୁମୋଦିତ ହୁଏ, ତେବେ ଖୁବ ଶୀଘ୍ର ଏହି ଟିକା ଦେଶରେ ଚାଲିଥିବା ଟିକାକରଣ ଅଭିଯାନରେ ସାମିଲ ହେବ। ସୂଚନା ଅନୁଯାୟୀ, ଏହି ଟିକାର ୩ଟି ପର୍ଯ୍ୟାୟର ପରୀକ୍ଷା ସଫଳତାର ସହ ଶେଷ ହୋଇଛି।

ଭାରତର ଔଷଧ ଜାଇଡ଼ସ କ୍ୟାଡିଲା, ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆରେ ଏହାର ଡିଏନଏ ଟିକା ଜାଇକୋଭ୍-ଡିର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛନ୍ତି। ଏହି ଜାଇଡସ କ୍ୟାଡିଲା ଟିକା ୧୨ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ। ଏହି କମ୍ପାନୀ ଟିକାକରଣର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୨୮ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ଶେଷ ରିପୋର୍ଟ ଅନୁଯାୟୀ, ଏହି ଟିକା ସୁରକ୍ଷିତ ଓ ଅଧିକ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି। ଏନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଡ. ଭି. କେ ପଲ।