ପୋଖରୀରେ ବୁଡି ୩  ବର୍ଷର ଶିଶୁପୁତ୍ରର ମୃତ୍ୟୁ

ପାଟଣା,ଏନ୍ଏନ୍ଏସ୍: ଗାଁ ଦାଣ୍ଡରେ ଖେଳୁଥିବା ବେଳେ ବାଡ଼ି ଧରି ଭୟଭୀତ କରିବାରୁ ଗ୍ରାମର ସୁଦର୍ଶନ ମୁଣ୍ଡାଙ୍କ ୩  ବର୍ଷର ନିଷ୍ପାପ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଘଟଣା ଘଟିଛି  ପାଟଣା ବ୍ଲକ ସଡ଼ଙ୍ଗବାହାଳି ଗ୍ରାମରେ। ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ  ଶିଶୁଟି ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଜନୈକ ମହିଳା ହାତରେ ବାଡ଼ି ଧରି ଭୟଭୀତ କରାଇବାରୁ ଶିଶୁପୁତ୍ରଟି ପୋଖରୀ ଆଡ଼କୁ ପଳାଇଥିଲା। ପରିବାର ଲୋକେ ଖୋଜା ଖୋଜି କରିବା ପରେ ରାତିରେ ପୋଖରୀ ଭିତରୁ ଶିଶୁ ପୁତ୍ରର ମୃତଦେହ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଉଦ୍ଧାର କରି ପାଟଣା ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଏକ ମାତ୍ର ପୁଅର ମୃତ୍ୟୁକୁ ନେଇ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।