ପାଟଣାଗଡ,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ବେଲପଡା ପୁଲିସ ଦ୍ଵାରା ୮ ପେଟି କଫ୍ ସିରପ୍ ଜବତ ହୋଇଛି। ଏଥିସହ ୨ ଜଣଙ୍କୁ ଅଟକ ରଖାଯାଇଛି। ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ କପାଣି ଛକ ନିକଟରେ ପାଟ୍ରୋଲିଂ କରୁଥିଲା ପୁଲିସ। ଏତିକି ବେଳେ ଦ୍ରୁତ ଗତିରେ ପାଟଣାଗଡ ପଟୁ ଆସୁଥିବା ଏକ ଧଳା ରଙ୍ଗର ଗାଡିକୁ ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଗାଡିଟି ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲା।
କିଛି ବାଟ ଗଲା ପରେ କଫ୍ ସିରପ ପେଟିକୁ ଏକ ନାଳକୁ ଫିଙ୍ଗୁଥିବା ବେଳେ ପୁଲିସ ଗାଡି ଡ୍ରାଇଭର ଓ କଫ୍ ସିରପ୍ ମାଫିଆକୁ କାବୁ କରିଥିଲା। କଫ୍ ସିରପ୍ ମାଫିଆ ଅର୍ଜୁନ ବେହେରା ଓ ଗାଡି ଡ୍ରାଇଭର କାର୍ତ୍ତିକ ହଂସକୁ ଅଟକ ରଖି ପଚରାଉଚୁରା କରୁଛି ପୁଲିସ।