ଡାକ୍ତର ଦିବସ: ଅପରାହ୍ଣରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଜାତୀୟ ଡାକ୍ତର ଦିବସ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ଆଜି ଅପରାହ୍ଣ ୩ଟାରେ ସମ୍ବୋଧିତ କରିବେ। ଫଳରେ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ମୂଲ୍ୟବୋଧ ଢେର ଗୁଣ ବଢ଼ିଯାଇଛି। ଭାରତ କରୋନା ଭାଇରସ ଯୋଗୁଁ ଲକ୍ଷାଧିକ ଲୋକଙ୍କୁ ହରାଇଥିବା ବେଳେ ଡାକ୍ତରଙ୍କ ଦିନରାତି ପରିଶ୍ରମ ଯୋଗୁଁ କୋଟି କୋଟି ଲୋକଙ୍କର ଜୀବନ ବଞ୍ଚିଯାଇଛି।

ଏନେଇ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମେଡିକାଲ କର୍ମଚାରୀଙ୍କୁ ସମ୍ବୋଧିତ କରିବେ। ଆଜି ଅପରାହ୍ଣ ୩ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଟୁଇଟ କରି ମୋଦୀ କହିଛନ୍ତି, ଯେ, ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ଭାରତ ଗର୍ବ କରୁଛି। ଡାକ୍ତରମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଭାରତ କୋଭିଡ-୧୯ ସହ ମୁକାବିଲା କରିପାରିଛି। ଗତ ରବିବାର ମନ୍ କି ବାତ କାର୍ଯ୍ୟକ୍ରମରେ ମୋଦୀ ଡାକ୍ତର ଦିବସକୁ ମନେ ପକାଇଥିଲେ।