- ପାରାଦୀପ,ଏନ୍ଏନ୍ଏସ୍: ପାରଦୀପ ହନୁମାନ ମନ୍ଦିର ନିକଟସ୍ଥ ସମୁଦ୍ର କୂଳରୁ ଏକ ଡଲଫିନ୍ର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଏହା ଏକ ବିରଳ ପ୍ରଜାତିର ଡଲଫିନ୍। ଏହାର ଲମ୍ବ ପ୍ରାୟ ସାଢେ ଚାରି ଫୁଟ୍ ଓ ଉଜନ ପ୍ରୟ ୨୦ ରୁ ୩୦ କିଲେ ହେବ। ଏହି ପ୍ରଜାତିର ଡଲଫିନ୍ ସାଧାରଣତଃ ବ୍ରାଜିଲ୍ ଉ ଫ୍ରାନ୍ସରେ ଦେଖାଯାଇଥାନ୍ତି। ଏହା ଲଙ୍ଗ ସ୍ନାଉଟେସ୍ ଷ୍ଟେନେଲା ପ୍ରଜାତିର। ଖବରପାଇ କୁଜଙ୍ଗ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଏହି ଷ୍ଟେନେଲା ପ୍ରଜାତିର ମୃତଦେହକୁ ବ୍ୟବଛେଦ ନିମନ୍ତେ ନେଇଛନ୍ତି। ବ୍ୟବଛେଦ ପରେ ଡଲଫିନ୍ର ମୃତ୍ୟୁର କାରଣ ଜଣାପଡିବ ବୋଲି ବନବିଭାଗ କର୍ମଚାରୀ କହିଛନ୍ତି।