ପାଟଣାଗଡ଼ ବିଧାୟକଙ୍କ ଦ୍ୱାରା ‘ଜନତାର ସ୍ୱର’ ନ୍ୟୁଜ ପୋର୍ଟାଲ ଉଦଘାଟିତ

ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ମାରୱାଡି ଧର୍ମଶାଳାଠାରେ ଆଜି ଏକ ନ୍ୟୁଜ ପୋର୍ଟାଲକୁ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଉଦଘାଟନ କରିଛନ୍ତି। ପାଟଣାଗଡ଼ରୁ ପ୍ରକାଶିତ ପାକ୍ଷି ପତ୍ରିକାକୁ ନବକଳେବର କରି ତାକୁ ଆଉ ଏକ ଫର୍ଦ୍ଦରେ ସମ୍ପାଦକ ରାଜେଶ ଚାନ୍ଦ ଯୋଡ଼ି ଦେଇଛନ୍ତି। ଆଉ ଏହାର ନାମ ‘ଜନତାର ସ୍ୱର’ ରଖାଯାଇଛି। ଏହି ଅବସରରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ପାଟଣାଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ଓ ଆଇନ ପରାମର୍ଶଦାତା ଦର୍ପଗଞ୍ଜନ ପଟ୍ଟନାୟକ ଯୋଗ ଦେଇଥିବାବେଳେ ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀକାନ୍ତ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ନ୍ୟୁଜ ପୋର୍ଟାଲ ସ୍ୱଚ୍ଛତା ସହ ଉପଖଣ୍ଡର ବିକାଶମୂଳକ କାର୍ଯ୍ୟ କରିବାରେ ସହାୟକ ହେବ ବୋଲି ବିଧାୟକ ଓ ମଣ୍ଡଳ ପୁଲିସ ଅଧିକାରୀ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗ ଦେଇଥିଲେ।