ଭିସୁଟ କୁଳପତି ହେଲେ ବଂଶୀଧର ମାଝୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ବଂଶୀଧର ମାଝୀ ନିଯୁକ୍ତ ହୋଇଛନ୍ତି। ୩ ବର୍ଷ ପାଇଁ ପ୍ରଫେସର ମାଝୀଙ୍କୁ କୁଳପତି ଭାବେ ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି। ପ୍ରଫେସର ମାଝୀ ଏବେ କାଞ୍ଚିପୁରମ୍ IITDMର ନିର୍ଦ୍ଦେଶକ ଅଛନ୍ତି।