ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଏମଭି-୭୯ଠାରେ ବିଏସଏଫ କ୍ୟାମ୍ପର ୭୬ ତମ ବାଟାଲିୟନର ଯବାନଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ବିଏସଏଫ ୭୬ ବାଟାଲିୟନର କମାଣ୍ଡେଣ୍ଟ ନରେନ୍ଦ୍ର ସିଂଙ୍କ ନେତୃତ୍ୱରେ ୱାର୍ଡ ମେମ୍ବର ରବି ସୁନା ଯୋଗଦେଇ ସମସ୍ତ ନାଗରିକ ମିଳିମିଶି ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ନିଜ ପରିବେଶକୁ ନିଜେ ସଫାସୁତରା ରଖିବା ଉଚିତ। ତେବେ ଆମେ ସମସ୍ତେ ନିରୋଗ ରହି ସୁସ୍ଥ ଜୀବନ ଅତିବାହିତ କରିପାରିବା ବୋଲି କହିଥିଲେ।
ଯେତେବେଳେ ଦେଶର ସ୍ୱଚ୍ଛତାରେ ଉନ୍ନତି ଆସିବ, ସେତେବେଳେ ଆମ ଦେଶ ଏକ ସୁସ୍ଥ ଓ ସମୃଦ୍ଧିଶୀଳ ରାଷ୍ଟ୍ର ଭାବେ ପରିଗଣିତ ହେବ ବୋଲି କହିଥିଲେ। ଏଥିରେ ବିଏସଏଫର ଅଧିକାରୀଙ୍କ ସମେତ ସ୍ଥାନୀୟ ଯୁବକ ଓ ବିଏସଏଫ ଯବାନମାନେ ଯୋଗଦେଇ ସହରର ବିଭିନ୍ନ ଅଞ୍ଚଳକୁ ସଫେଇ କରିଥିଲେ। ଏ ଅବସରରେ ବିଏସଏଫ କ୍ୟାମ୍ପଠାରୁ ଶିବ ମନ୍ଦିର ରାସ୍ତା ସହ ଏମଭି-୭୯ ଠାରୁ ଏମପିଭି-୪୩ ଗ୍ରାମ ରାସ୍ତା କଡ଼ରେ ପଡ଼ିଥିବା ଅଳିଆ ଆବର୍ଜନାକୁ ସଫା କରିଥିଲେ।