ସିରିଜ ଚୋରିର ସମସ୍ତ ଦୃଶ୍ୟ କଏଦ ହେଲା ସିସିଟିଭିରେ, ସମ୍ପୃକ୍ତ ଘଟଣାରେ ଜଣେ ଗିରଫ

ମୟୂରଭଞ୍ଜ,ଏଜେନ୍ସି: ମୟୂରଭଞ୍ଜର ମହୁଲଡ଼ିହା ଥାନା ଅନ୍ତର୍ଗତ ମହୁଲଡ଼ିହାରୁ ୪ ଗୋଟି ଦୋକାନରୁ ସିରିଜ ଚୋରି ହୋଇଛି। ତେବେ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ପୁଲିସ। ଚୋରି ସମୟର ସମସ୍ତ ଦୃଶ୍ୟ ସିସିଟିଭିରେ କୋଏଦ ହୋଇଛି।

ଚୋରି ବାବଦରେ ପୁଲିସକୁ ଖବର ମିଳିବା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିଲା। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଏକ ଚୋର ଫେରାର ହୋଇଯାଇଛି। ଗିରଫ ଅଭିଯୁକ୍ତ ଜଣକ ଭଦ୍ରକ ଅଞ୍ଚଳର ଗଣେଶ୍ୱର ମୁଣ୍ଡା ବୋଲି ଜଣାପଡିଛି।