- ନୂଆଦିଲ୍ଲୀ: ଆଗକୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଥିବାବେଳେ ଅଯୋଧ୍ୟାର ବିକାଶ ପାଇଁ ଆଗେଇ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଯୋଧ୍ୟାର ଭିତ୍ତିପୂଭି ବିକାଶ ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା କେତେ ଆଗେଇଛି ଓ ଆଗକୁ କ’ଣ କରିବାକୁ ପଡ଼ିବ, ମୋଦି ତା’ର ସମୀକ୍ଷା କରିବେ। ଏନେଇ ଶନିବାର ୧୧ଟାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମୋଦିଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ଆୟୋଜିତ ହେବ।