ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭେରିଆଣ୍ଟ ଡେଲଟା ପ୍ଲସ ଭାଇରସର ପ୍ରଭାବ ଦିନକୁଦିନ ବଢ଼ିବାରେ ଲାଗିଛି। ଡେଲଟା ପ୍ଲସ ଭେରିଆଣ୍ଟ ଯୋଗୁ ଦେଶରେ ୨ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଥମ ମୃତ୍ୟୁ ମଧ୍ୟପ୍ରଦେଶର ଉଜୈନରେ ହୋଇଥିବାବେଳେ ଦ୍ୱିତୀୟ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି। ଦେଶରେ ସର୍ବାଧିକ ଡେଲ୍ଟା ପ୍ଲସ ଭେରିଆଣ୍ଟ ମାମଲା ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ରହିଛି। ଡେଲଟା ଭେରିଆଣ୍ଟ ଯୋଗୁ ଦ୍ୱିତୀୟ ଲହର ଆସିଥିବାବେଳେ ଏବେ ଡେଲଟା ପ୍ଲସ ଭେରିଆଣ୍ଟ ଦ୍ୱାରା ତୃତୀୟ ଲହର ଆସିବାର ଆଶଙ୍କା ଦେଖାଦେଇଛି।
ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ସୁଦ୍ଧା ୪୧ଟି ଡେଲଟା ପ୍ଲସ ଭେରିଆଣ୍ଟ ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ମହାରାଷ୍ଟ୍ରରୁ ୨୧, ମଧ୍ୟପ୍ରଦେଶରୁ ୬, କେରଳରୁ ୩, ଜମ୍ମୁ-କଶ୍ମୀର ଓ ତାମିଲନାଡ଼ୁରୁ ୧ ଲେଖାଏଁ ରହିଛନ୍ତି।