ନୂଆଦିଲ୍ଲୀ,ଏଜେନ୍ସି: ଆମେରିକୀୟ ଫାର୍ମା କମ୍ପାନୀ ‘ଫାଇଜର’ ଗୁରୁବାର କହିଛି, ନିଜ ଦ୍ୱାରା ଉତ୍ପାଦିତ କୋଭିଡ-୧୯ ଟିକା କରୋନାର ଡେଲ୍ଟା ଭାରିଏଣ୍ଟ ବିପକ୍ଷରେ ୯୦ ପ୍ରତିଶତ ପ୍ରଭାବଶାଳୀ। ଫାଇଜରର ମେଡିକାଲ ଡାଇରେକ୍ଟର ଇସରାଏଲ ଆଲୋନ୍ ଏନେଇ ସୂଚନା ଦେଇଛନ୍ତି।
କରୋନାର ୨ୟ ଲହର ସମୟରେ ଡେଲ୍ଟା ଭାରିଏଣ୍ଟ ଚିହ୍ନଟ ହେଉଛି। ଭାରତ ସମେତ ଅନ୍ୟ ଦେଶ ଯଥା ୟୁକେ ଓ ଆମେରିକାରେ ମଧ୍ୟ ଡେଲ୍ଟା ଭାରିଏଣ୍ଟରେ ଲୋକ ପୀଡିତ ହୋଇଛନ୍ତି। ଅନ୍ୟପଟରେ ଲେନସ୍କେଟରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟ ଅନୁସାରେ ଫାଇଜର ଓ ଆଷ୍ଟ୍ରାଜେନିକା କୋଭିଡ-୧୯ ଟିକାର ଗୋଟିଏ ଡୋଜ ସଂକ୍ରମଣର ୬୦ ପ୍ରତିଶତ ସୁରକ୍ଷା ପ୍ରଦାନ କରିଥାଏ। ଏହା ପୁଣି ବୟସ୍କ ଓ ୬୫ ବର୍ଷରୁ ଊର୍ଦ୍ଧ୍ୱଙ୍କ କ୍ଷେତ୍ରରେ ମଧ୍ୟ ସମାନ ପରିମାଣରେ କାମ କରିଥାଏ।