ନୂଆଦିଲ୍ଲୀ: ରିଲାୟନ୍ସର ୪୪ତମ ଏଜୀଏମରେ ମୁକେଶ ଅମ୍ବାନୀଙ୍କ ପିତ୍ନୀ ନିତା ଅମ୍ବାନୀ ଏକ ବଡ଼ ଘୋଷଣା କରିଛନ୍ତି। ନୀତା କହିଛନ୍ତି ଯେ, ଚଳିତ ବର୍ଷ ଜିଓ ଇନଷ୍ଟିଚ୍ୟୁଟ ନବୀ ମୁମ୍ବାଇରେ ଆରମ୍ଭ ହେବ। କରୋନା କାଳରେ ପିଲାଙ୍କ ଲାଗି ଖେଳ ସହ ଜଡ଼ିତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ଆମେ ୨.୫ କୋଟି ପିଲାଙ୍କ ପାଖରେ ପହଂଚି ପାରିଛୁ।
ନୀତା ଆହୁରି କହିଛନ୍ତି ଯେ, ଦେଶ ଓ ସମାଜକୁ ସଶକ୍ତ କରିବା ପାଇଁ ମହିଳା ଓ ଝିଅଙ୍କୁ ସଶକ୍ତ କରିବା ନିହାତି ଜରୁରୀ। ବ୍ୟବସାୟ ସହ ସମାଜକୁ ସଶକ୍ତ କରିବାକୁ ଦୃଷ୍ଟିରେ ରଖି ରିଲାୟନ୍ସ ଫାଉଣ୍ଡେସନ ୫ଟି ଗୁରୁତ୍ୱପୂର୍ଣ୍ଣ ମିଶନ ଲଞ୍ଚ କରିଛି। ସେଗୁଡ଼ିକ ହେଲା ମିଶନ ଅକ୍ସିଜେନ, ମିଶନ କୋଭିଡ ଇନଫ୍ରା, ମିଶନ ଅନ୍ନ ସେବା, ମିଶନ ଏମ୍ପଲୟ କେୟାର ଓ ମିଶନ ଭ୍ୟାକ୍ସିନ ସୁରକ୍ଷା।