ଜମ୍ମୁ-କଶ୍ମୀର ନେତାଙ୍କ ସହ ମୋଦୀଙ୍କ ବୈଠକ ଆରମ୍ଭ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ନେତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ ଆରମ୍ଭ ହୋଇଯାଇଛି। ଉକ୍ତ ବୈଠକରେ ଫାରୁକ ଅବଦୁଲ୍ଲା, ଓମର ଅବଦୁଲ୍ଲା, ମହବୁବା ମୁଫତୀ ଓ ଗୁଲାମ ନବୀ ଆଜାଦଙ୍କ ସମେତ ୧୪ ନେତା ସାମିଲ ଅଛନ୍ତି। ଜମ୍ମୁ-କଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ମଧ୍ୟ ଉପସ୍ଥିତ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରକୁ ନେଇ ପିଏମ୍ ଆବାସରେ ହେଉଥିବା ବଡ଼ ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି।