ଶ୍ରୀନଗର,ଏନ୍ଏନ୍ଏସ୍: ଦିନକୁ ଦିନ ସୀମାରେ ବଢିବାର ଲାଗିଛି ଆତଙ୍କବାଦୀଙ୍କ ଉତ୍ପାତ। କେତେବେଳେ ସେନା ଉପରେ ଅତର୍କିତ ଆକ୍ରମଣ କରୁଛନ୍ତି ତ ଆଉ କେତେବେଳେ ସାଧାରଣ ନାଗରିକଙ୍କ ଉପରେ ଗୁଳିମାଡ ସହ ଘର ଉପରକୁ ଗ୍ରେନେଡ ମାଡ କରୁଛନ୍ତି। ଫଳରେ ଅକାଳରେ ଧନଜୀବନ ନଷ୍ଟ ହେଉଛି। ବୁଧବାର ଦିନ ଶ୍ରୀନଗରରେ ସ୍ଥାନୀୟ ବାସିନ୍ଦାଙ୍କ ଉପରେ ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ।
ଫଳରେ ଏଥିରେ ଜଣେ ୨୫ ବର୍ଷୀୟ ଯୁବକ ଉମର ଅହମ୍ମଦ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆତଙ୍କୀଙ୍କ ଏପରି ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ସେନା ପକ୍ଷରୁ ପୂରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ଅପରେସନ କରାଯାଉଛି।