ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୬୫୦ ଜଣ ପଜିଟିଭ ଚିହ୍ନଟ, ପୁଣି ୫ ଶହ ଡେଇଁଲା ଖୋର୍ଦ୍ଧା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ବି କରୋନା ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୬୫୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଜଣାଇଛି। ସେମାନଙ୍କ ମଧ୍ୟରେ ୨୦୯୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୫୫୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଆଜି ଅନୁଗୁଳରୁ ୧୧୨, ବାଲେଶ୍ୱରରୁ ୨୭୮, ବରଗଡରୁ ୪୫, ଭଦ୍ରକରୁ ୧୭୦, ବଲାଙ୍ଗିରରୁ ୧୬, ବୌଦ୍ଧରୁ ୪୧, କଟକରୁ ୪୮୫, ଦେବଗଡରୁ ୪, ଢେଙ୍କାନାଳରୁ ୧୧୦, ଗଜପତିରୁ ୮, ଗଞ୍ଜାମରୁ ୧୪, ଜଗତସିଂହପୁରରୁ ୧୩୮, ଯାଜପୁରରୁ ୩୩୨, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୨୩, କନ୍ଧମାଳରୁ ୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି କେନ୍ଦ୍ରାପଡାରୁ ୧୦୬, କେନ୍ଦୁଝରରୁ ୬୮, ଖୋର୍ଦ୍ଧାରୁ ୬୦୪, କୋରାପୁଟରୁ ୧୦୪, ମାଲକାନଗିରିରୁ ୬୭, ମୟୂରଭଞ୍ଜରୁ ୧୪୫, ନବରଙ୍ଗପୁରରୁ ୬୯, ନୟାଗଡ଼ରୁ ୧୨୨, ନୂଆପଡାରୁ ୧୦, ପୁରୀରୁ ୧୮୭, ରାୟଗଡାରୁ ୧୦୬, ସମ୍ବଲପୁରରୁ ୩୫, ସୋନପୁରରୁ ୨୨, ସୁନ୍ଦରଗଡରୁ ୧୦୬ ଓ ଷ୍ଟେଟପୁଲରୁ ୮୯ ଜଣ ପଜିଟିଭ ରହିଛନ୍ତି।

ନୂତନ ସଂକ୍ରମିତଙ୍କୁ ମିଶାଇ ଏଯାବତ ୮,୯୦,୫୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲେଣି। ସେମାନଙ୍କ ମଧ୍ୟରୁ ୮,୫୩,୦୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ୩୩,୭୭୦ ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।