ବିଶ୍ୱ ଟେଷ୍ଟ ଚମ୍ପିଆନସିପ: ବିଜୟୀ ହେଲା ନ୍ୟୁଜିଲାଣ୍ଡ

ସାଉଥହମ୍ପଟନ: କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ନିୟୁଜିଲ୍ୟାଣ୍ଡ ହେଲା ବିଶ୍ଵ ଟେଷ୍ଟ ଚାମ୍ପିଆନ। ଇଂଲଣ୍ଡରେ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ବିରାଟ ସେନାକୁ ହରାଇ ବ୍ଲାକ୍ କ୍ୟାପ୍ ହାତେଇଛି ଏହି ସଫଳତା। ଭାରତକୁ ୮ ୱିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ପକ୍ଷରୁ ୱିଲିୟମସନ ସର୍ବାଧିକ ୫୧ ରନ କରିଛନ୍ତି।

ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୧୭୦ ରନ କରି ପାରିଥିଲା। ଦୁଇ ୱିକେଟରେ ୬୪ ରନ ସହ ରିଜର୍ଭ ଡେ’ରେ ଖେଳ ଆରମ୍ଭ କରିଥିଲା ଭାରତ। ମ୍ୟାଚ ଆରମ୍ଭରୁ ଜେମିସନଙ୍କ ଶିକାର ହୋଇଥିଲା ଭାରତ ଅଧିନାୟକ ବିରାଟ କୋହଲି। କୋହଲି ୧୩ ରନ କରି ପାଭେଲିୟନ ଫେରିଥିଲେ। ଦଳୀୟ ସ୍କୋର ୭୨ ରନ ବେଳେ ଭାରତ ଚେତେଶ୍ୱର ପୂଜାରାଙ୍କ ୱିକେଟ ମଧ୍ୟ ହରାଇ ଥିଲା। ଆଜିଙ୍କ୍ୟ ରାହାଣେ ଓ ରବିନ୍ଦ୍ର ଜାଡେଜା ଯଥାକ୍ରମେ ୧୫ ଓ ୧୬ ରନ କରି ପାଭେଲିୟନ ଫେରିଥିଲେ। ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୪୧ କରିଥିଲେ। ତେବେ ସେ ମଧ୍ୟ ବୋଲ୍ଟଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ସାମିଙ୍କ ୧୩ ରନ ବଳରେ ଭାରତ ୧୭୦ ରନରେ ପହଞ୍ଚି ପାରିଥିଲା।

ଫାଇନାଲ ଜିତିବା ଲାଗି ୧୩୯ ରନ୍ ଲକ୍ଷ୍ୟ ନେଇ ୨ୟ ଇନିଂସରେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୨ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଓପ୍‌ନିଂ ଯୋଡ଼ି ୩୩ ରନ୍ କରିବା ପରେ ଦୁହେଁ ରବିଚନ୍ଦ୍ରନ ଅଶ୍ୱିନଙ୍କ ଶିକାର ହୋଇଥିଲେ। ଟମ୍ ଲାଥାମ୍ ୯ ରନ୍‌ ଓ ଡେଭନ୍ କନ୍‌ୱେ ୧୯ ରନ୍‌ କରି ବିଦାୟ ନେଇଥିଲେ। ଅଧିନାୟକ କେନ୍ ୱିଲିୟମ୍‌ସନ ଓ ଅଭିଜ୍ଞ ରସ୍ ଟେଲର ନ୍ୟୁଜିଲାଣ୍ଡକୁ ବିଜୟଲକ୍ଷ୍ୟ ଆଡ଼କୁ ନେଇ ଯାଇଥିଲେ। ୱିଲିୟମ୍‌ସନ ୮ଟି ଚୌକା ସହ ୫୨ ରନ୍ ଏବଂ ରସ୍ ଟେଲର ୬ଟି ଚୌକା ସହ ୪୭ ରନ୍‌ କରି ଅପରାଜିତ ଥିଲେ।

ଏହି ମ୍ୟାଚରେ ଭାରତ ପ୍ରଥମ ପାଳିରେ ୯୨ ଓଭରରେ ୨୧୭ ରନ କରିଥିଲା ବେଳେ ଇଂଲଣ୍ଡ ପ୍ରଥମ ପାଳିରେ ୨୪୯ ରନ୍ କରିଥିଲା।