ଦୁବାଇ: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଇସିସି ଟେଷ୍ଟ ଅଲରାଉଣ୍ଡର ରାଙ୍କିଂରେ ୱେଷ୍ଟେଣ୍ଡିଜର ଜେମ୍ସ ହୋଲ୍ଡରଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି। ଜାଡେଜା ଏବେ ହୋଲ୍ଡରଙ୍କ ୩୮୪ ପଏଣ୍ଟରୁ ୨ ପଏଣ୍ଟ ଆଗରେ ରହିଛନ୍ତି। ଅନ୍ୟପଟେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ୩୭୭ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଏଥିସହିତ ଅନ୍ୟଜଣେ ଭାରତୀୟ ଖେଳାଳି ରବିଚନ୍ଦ୍ରନ୍ ଅଶ୍ୱିନ୍ ୩୫୩ ପଏଣ୍ଟ ସହ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି।