ମା, ପୁଅ ଓ ଝିଅ ନିଖୋଜ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ସଦରଥାନା ଅନ୍ତର୍ଗତ ସାରସମାଲ ପଡ଼ାର ଘନ ରୋହିଦାସଙ୍କ ସ୍ତ୍ରୀ ସବିତା ରୋହିଦାସ(୨୩), ଝିଅ ରିତେଶ୍ୱରୀ ରୋହିଦାସ(୫) ଓ ପୁଅ ଶିବଶମ୍ଭୁ ରୋହିଦାସ(୩) ଗତ ସୋମବାରଠୁ ନିଖୋଜ ଅଛନ୍ତି। ବହୁ ଖୋଜାଖୋଜି ପରେ ମଧ୍ୟ ସ୍ତ୍ରୀ ଓ ପିଲାଛୁଆଙ୍କୁ ନ ପାଇବାରୁ ଆଜି ସକାଳେ ଘନ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ସଦର ପୁଲିସ ଏକ ନିଖୋଜ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସଦର ଥାନାଧିକାରୀ ସୁଚିସ୍ମିତା ମହାନ୍ତି ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ବାପଘର ବରଗଡ଼କୁ ଯାଉଛି କହି ସବିତା ତାଙ୍କ ଝିଅ ଓ ପୁଅକୁ ନେଇ ସୋମବାର ସକାଳେ ଶାଶୁ ଘରୁ ବାହାରିଥିଲେ। ହେଲେ ବାପାଙ୍କ ଘରେ ପହଂଚିନଥିଲେ କି ସ୍ୱାମୀଙ୍କ ସହ କୌଣସି ଯୋଗାଯୋଗ କରିନଥିଲେ। ଫଳରେ ଘନ ଅନ୍ୟ ସମ୍ପର୍କୀୟଙ୍କୁ ପଚରାଉଚୁରା କରିବା ସହ ଆଖପାଖ ଅଂଚଳରେ ଖୋଜାଖୋଜି ମଧ୍ୟ କରିଥିଲେ। ହେଲେ ମଧ୍ୟ ତାଙ୍କ ସ୍ତ୍ରୀ ଏବଂ ପୁଅ ଝିଅ ନମିଳିବାରୁ ସେ ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।