ରାସ୍ତା ମଝିରେ ବସ ଡ୍ରାଇଭରକୁ ନିର୍ଦ୍ଧୁମ ପିଟିଲେ ଦମ୍ପତି

  • ଝାରସୁଗୁଡା, ଏନଏନଏସ: ଝାରସୁଗୁଡା ଜିଲ୍ଲା ବେହେରାମାଲ ଛକ ନିକଟରେ ଜଣେ ଦମ୍ପତି ବସ ଡ୍ରାଇଭରଙ୍କୁ ନିର୍ଦ୍ଧୁମ ପିଟୁଥିବା ଭିଡିଓ ଭାଇରାଲ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଦମ୍ପତି ନିଜ କାରରେ ବେହେରାମାଲ ପଟେ ଆସୁଥିବାବେଳେ ଏକ ହୋଟେଲ ନିକଟରେ ଏକ ବସ ତାଙ୍କ କାରକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଜଣକ ଅଟକିବା ପରିବର୍ତ୍ତେ ଦ୍ରୁତ ଗତିରେ ବସ ଚଳାଇ ଫେରାର ହେବା ପାଇଁ ଚେଷ୍ଟା କରିଥିଲା। ହେଲେ ସ୍ୱାମୀ-ସ୍ତ୍ରୀ ବସକୁ ପିଛା କରି କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ବେହେରାମାଲ ଛକ ନିକଟରେ ଅଟକାଇଥିଲେ। ଏହାପରେ ମହିଳା ଜଣଙ୍କ ବସ ଉପରକୁ ଚଢ଼ିଯାଇ ଡ୍ରାଇଭରକୁ ପିଟି ଥିବାବେଳେ ତାଙ୍କ ସ୍ୱାମୀ ଡ୍ରାଇଭରକୁ ତଳକୁ ଟାଣି ଆଣିଥିଲେ। ଏହାପରେ ଉଭୟ ସ୍ୱାମୀ-ସ୍ତ୍ରୀ ରାସ୍ତା ଉପରେ ଡ୍ରାଇଭରଙ୍କୁ ମାଡ ମାରିଥିଲେ। ଏହି ଭିଡିଓ ଏବେ ସୋଇସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।