୪୭୭ ଏସଆଇ ପଦବୀ ଆବେଦନ ଆରମ୍ଭ

  • କଟକ, ଓଡ଼ିଶା ପୁଲିସ ତରଫରୁ ୪୭୭ ସବ ଇନସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ମଙ୍ଗଳବାରଠାରୁ ପ୍ରାର୍ଥମାନେ ଅନଲାଇନ ଆବେଦନ କରିଛନ୍ତି। ପ୍ରଥମ ଦିନରେ ୯ଟାରୁ ମଧ୍ୟାହ୍ନ ୧୨ଟା ସୁଦ୍ଧା ୨୮୩୧ ଜଣ ପ୍ରାର୍ଥୀ ସେମାନଙ୍କ ନାମ ପଞ୍ଜିକରଣ କରିଥିବାବେଳେ ୭୭୨ ଜଣ ପ୍ରାର୍ଥୀ ଡକ୍ୟୁମେଣ୍ଟ ଅପଲୋଡ କରିସାରିଥିବା ପୁଲିସ ମୁଖ୍ୟାଳୟରୁ ସୂଚନା ମିଳିଛି। ଜୁଲାଇ ୧୫ ତାରିଖ ଆବେଦନର ଶେଷ ଦିନ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ତଥା ନିଯୁକ୍ତି କମିଟିର ଅଧ୍ୟକ୍ଷ ଯଶୋବନ୍ତ ଜେଠୱା ସୂଚନା ଦେଇଛନ୍ତି। ଅଗଷ୍ଟ ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଅନଲାଇନ ଆପ୍ଲିକେଶନ ପୋର୍ଟାଲ ପ୍ରସ୍ତୁତ କରାଯାଇଛି।