- ଝାରସୁଗୁଡା,ଏନ୍ଏନ୍ଏସ୍: ବିଧବା ମହିଳାଙ୍କୁ ପ୍ରଥମେ ପ୍ରେମ, ବିବାହର ପ୍ରତିଶ୍ରୁତି ଦେଇ ଅନ୍ତସତ୍ୱା କରିବା ପରେ ପ୍ରତାରଣା ଅଭିଯୋଗରେ ବନହରପାଲି ପୁଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ କୁଚିଣ୍ଡା ଥାନା ଅନ୍ତର୍ଗତ ବାହାମନିପାଲି ସଡେରା ଗ୍ରାମର ସୁଶାନ୍ତ ବୀରଗଣ୍ଠିଆ। ସୂଚନା ଅନୁଯାୟୀ, ବନହରପାଲି ଥାନା ଅଞ୍ଚଳରେ ରହୁଥିବା ଜଣେ ବିଧବା ମହିଳାଙ୍କୁ ତାଙ୍କ ସମ୍ପର୍କୀୟ ମାମୁଁ ପୁଅ ସୁଶାନ୍ତ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ। ଏହାଫଳରେ ମହିଳା ଜଣକ ଗର୍ଭବତୀ ହୋଇଥିଲେ। ସେ ଗର୍ଭବତୀ ହେବାପରେ ସୁଶାନ୍ତଙ୍କୁ ବାହାହେବା ପାଇଁ କହିଥିଲେ। ହେଲେ ସୁଶାନ୍ତ ଏଥିରେ ରାଜି ନହେବା ସହ ମହିଳାଙ୍କୁ ଧମକାଇଥିଲେ। ଏନେଇ ମହିଳା ଜଣକ ବନହରପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ୍ ନଂ. ୮୨/୨୧ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି।