ଇରାନର ନୂଆ ରାଷ୍ଟ୍ରପତିଙ୍କୁ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ, ଏଜେନ୍ସି, ଇରାନର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରିଛନ୍ତି ଇବ୍ରାହିମ୍ ରଇସ୍। ରଇସଙ୍କୁ ୬୨ ପ୍ରତିଶତ ଭୋଟ୍ ମିଳିଥିଲା ଯେତେବେଳେ କି ପ୍ରତ୍ୟାଶି ଅବଦୁଲ ନାସିର ହେମ୍ମାତି ପଛରେ ପଡ଼ିଗଲେ। ରଇସ ରାଷ୍ଟ୍ରପତିଭାବେ ନିର୍ବାଚନ ଜିତିବା ପରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କୋବିନ୍ଦ ଟ୍ୱିଟ କରି କହିଛନ୍ତି, ମୋର ପୂରା ବିଶ୍ୱାସ ଆପଣଙ୍କ ନେତୃତ୍ୱରେ ଆମ ମଧ୍ୟରେ ଦ୍ୱିପାକ୍ଷୀୟ ସମ୍ବନ୍ଧ ବଢ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବନିର୍ବାଚିତ ରାଷ୍ଟ୍ରପତି ରଇସଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଭାରତ ଓ ଇରାନ ମଧ୍ୟରେ ସମ୍ବନ୍ଧଙ୍କୁ ଆହୁରି ମଜଭୁତ କରିବା ପାଇଁ ଆପଣଙ୍କ ସହ କାମ କରିବାକୁ ନେଇ ଉତ୍ସାହିତ।