ନୂଆଦିଲ୍ଲୀ,ଏଜେନ୍ସି: ୨୦୨୨ ସୁଦ୍ଧା ସବୁ ରାଫେଲ ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରାଯିବ ବୋଲି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆରକେଏସ ଭାଦୋରିଆ କହିଛନ୍ତି। ଶନିବାର ହାଇଦ୍ରାବାଦର ଡୁଣ୍ଡିଗଲସ୍ଥିତ ଏୟାର ଫୋର୍ସ ଏକାଡେମୀର କମ୍ବାଇଣ୍ଡ୍ ଗ୍ରାଜୁଏସନ ପରେଡ୍ ସମାରୋହରେ ଭାଷଣ ଦେବା ଅବସରରେ ଭାଦୋରିଆ କହିଛନ୍ତି ଯେ ଭାରତ ସରକାର ଫ୍ରାନ୍ସରୁ ମୋଟ ୩୬ଟି ରାଫେଲ କିଣିବାକୁ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଇତିମଧ୍ୟରେ ୧୧ଟି ବିମାନ ମିଳିସାରିଥିବା ବେଳେ ଆସନ୍ତାବର୍ଷ ଏପ୍ରିଲ ସୁଦ୍ଧା ଅବଶିଷ୍ଟ ୨୫ଟି ବିମାନ ମିଳିଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।