ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ‘ମିଲଖା ସିଂହ’ଙ୍କ ଶେଷକୃତ୍ୟ ସମ୍ପନ୍ନ

ଚଣ୍ଡିଗଡ଼,ଏଜେନ୍ସି: ସ୍ୱତନ୍ତ୍ର ଭାରତର ସବୁଠୁ ବଡ଼ ଖେଳାଳିଙ୍କ ମଧ୍ୟରୁ ମିଲଖା ସିଂହ ହେଉଛନ୍ତି ଜଣେ। ୯୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବାବେଳେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଚଣ୍ଡିଗଡ଼ର ମଟକା ଚୌକ ନିକଟ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି। ଏହି ଶେଷ ଯାତ୍ରାରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ ରିଜିଜୁ, ପଞ୍ଜାବର ରାଜ୍ୟପାଳ ବି ପି ସିଂହ ବଦନୋର, ହରିଆଣାର କ୍ରୀଡ଼ା ମନ୍ତ୍ରୀ ସନ୍ଦିପ ସିଂହଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ତାଙ୍କ ମୃତ୍ୟୁକୁ ନେଇ ପଞ୍ଜାବରେ ଦିନିକିଆ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ।

ସୂଚନା ଅନୁସାରେ ସେ ଦୀର୍ଘ ୧ ମାସ ଧରି କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିଲେ। ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କର ଦେହାନ୍ତ ଘଟିଛି।