ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ଧାବକ ମିଲଖା ସିଂହଙ୍କ ଅନ୍ତିମ ସଂସ୍କାର ଚଣ୍ଡୀଗଡ଼ରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ। ଏଥିସହିତ ଦିନିକିଆ ରାଷ୍ଟ୍ରୀୟ ଶୋକ ମଧ୍ୟ ପାଳନ କରାଯିବ। ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଘୋଷଣା କରିଛନ୍ତି। ମିଲଖା ସିଂହଙ୍କ ବିୟୋଗରେ ଅମରିନ୍ଦର ସିଂହ ଟ୍ୱିଟ୍ କରି ମଧ୍ୟ ଶୋକବ୍ୟକ୍ତ କରିଥିଲେ।