୫୦୦ ଗ୍ରାମ୍ ବ୍ରାଉନସୁଗର ଜବତ, ଜଣେ ଗିରଫ

ଚାରିଛକ,ଏନ୍ଏନ୍ଏସ୍: ବ୍ରାଉନସୁଗର କାରବାରରେ ପୁଲିସ ଚାରିଛକ ଅଞ୍ଚଳରୁ ଜଣଙ୍କୁ ଗିରଫ କରିଛି। ଏସଆଇ ଏସ କେ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ସନ୍ଧ୍ୟାରେ ବଡ଼ଗଡ଼ ଅଟୋ ଷ୍ଟାଣ୍ଡ ନିକଟରେ ଥିବା ବ୍ରିଟ୍ କଲୋନୀରେ ଚଢ଼ଉ କରାଯାଇଥିଲା। ଏହି ସମୟରେ ସେଠାରୁ ବାଲେଶ୍ୱରର ସହଦେବଖୁଣ୍ଟା ଅଞ୍ଚଳର ଜାନୁ ଖାନଙ୍କ ପୁଅ ବିଟୁ ଖାନ (୨୧)କୁ ପୁଲିସ ଗିରଫ କରିଛି। ଏହି ପରିପ୍ରେକ୍ଷୀରେ ତା’ ନିକଟରୁ ୫୭୭.୬୬ ଗ୍ରାମ ବ୍ରାଉନସୁଗର ସହିତ ଗୋଟିଏ ସ୍କୁଟି ଓ ମୋବାଇଲ ଫୋନ ଜବତ ହୋଇଛି। ଏନେଇ ବଡ଼ଗଡ଼ ଥାନାରେ ମାମଲା ରୁଜୁ ହେବା ସହିତ କୋର୍ଟ ଚାଲାଣ କରାଯାଇଛି।