ଭୁବନେଶ୍ୱର,ଏନ୍ଏନ୍ଏସ୍: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ ଅଭୟକାନ୍ତ ପାଠ ଅଜି ଜେଲରୁ ମୁକୁଳିଛନ୍ତି। ଦୀର୍ଘ ୬ ମାସ ଧରି ଝାରପଡ଼ା ଜେଲରେ ରହିବା ପରେ ଆଜି ପଦାକୁ ଆସିଛନ୍ତି।
ଗତବର୍ଷ ନଭେମ୍ବର ୨୭ ତାରିଖରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଅଭୟକାନ୍ତଙ୍କ ନାମରେ ମୋଟ ୩ଟି ମାମଲା ରୁଜୁ ହୋଇଥିବା ବେଳେ ଗୋଟିଏ ଭିଜିଲାନ୍ସରେ ଏବଂ ବୈଦନାଥପୁର ଓ ଗୋଲନ୍ଥରା ଥାନାରେ ୨ଟି ଠକେଇ ମାମଲା ରୁଜୁ ହୋଇଥିଲା। ପୂର୍ବରୁ ୨ଟି ମାମଲାରେ ତାଙ୍କୁ ଜାମିନ ମିଳିସାରିଥିଲା। ଗତକାଲି ତୃତୀୟ ମାମଲାରେ ଜାମିନ ପାଇଥିଲେ। ୨ ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ତାଙ୍କ ଜାମିନ ମଞ୍ଜୁର କରାଯାଇଛି।