ଟିକା ନେବା ପରେ ସ୍ୱାସ୍ଥ୍ୟକର୍ମୀଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବାର ସମ୍ଭାବନା ୭୫-୮୦ ପ୍ରତିଶତକୁ ଖସିଛି

ନୂଆଦିଲ୍ଲୀ,ଏଜେନ୍ସି: କୋଭିଡ-୧୯ ଟିକା ନେବା ପରେ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଡାକ୍ତରଖାନାରେ ଭର୍ତ୍ତି ହେବାର ସମ୍ଭାବନା ୭୫-୮୦ ପ୍ରତିଶତକୁ ହ୍ରାସ ପାଇଛି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଅଧ୍ୟୟନରୁ ଜଣାପଡ଼ିଛି ଯେ, ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ଅକ୍ସିଜେନ ଅଭାବ ସମ୍ଭାବନା ୮ ପ୍ରତିଶତ ଓ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହେବାର ସମ୍ଭାବନା ୬ ପ୍ରତିଶତକୁ ଖସି ଆସିଛି। ଏନେଇ ଡ. ଭିକେ ପଲ ସୂଚନା ଦେଇଛନ୍ତି। ଏଥିସହିତ ସେ କହିଛନ୍ତି କି ବ୍ୟାପକ ଟିକାକରଣ ଯୋଗୁଁ ମହାମାରୀ ସମୟରେ ବହୁ ସ୍ୱାସ୍ଥ୍ୟକର୍ମୀଙ୍କ ଜୀବନ ସୁରକ୍ଷିତ ହୋଇପାରିଛି।

ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି କି ଦେଶରେ ବର୍ତ୍ତମାନ ସୁସ୍ଥ ହାର ୯୬ ପ୍ରତିଶତ ରହିଛି ଓ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ହେଉଛି।