ଭୁବନେଶ୍ୱରରେ ୪୪୩ ସଂକ୍ରମିତ, ୬୧୫ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ୪୪୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୮୮ଜଣ ଓ ସ୍ଥାନୀୟ ସଂକ୍ରମଣ ୩୫୫ଜଣ ରହିଛନ୍ତି। ଅନ୍ୟପଟେ ୬୧୫ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬ହଜାର ୭୦ ହୋଇଥିବାବେଳେ ୮୩ହଜାର ୧୫୯ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୩୯୬ଜଣଙ୍କର ମୃତ୍ୟୁ ଘଟିଛି ଓ ୨,୪୯୪ଜଣ ଚିକିତ୍ସିତ ହେଉଛନ୍ତି।