ପୁଲିସ-ନକ୍ସଲ ମୁହାଁମୁହିଁ : ୬ ନକ୍ସଲ ମୃତ

ବିଶାଖାପଟ୍ଟନମ୍: ବିଶାଖାପାଟଣାର କୋୟୁରୁ ଗାଁ ନିକଟରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି। ଫଳରେ ୬ଜଣ ନକ୍ସଲବାଦୀ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରୁ ଗୋଟିଏ ଏକେ ୪୭, ଏସଏଲଆର ଓ ୩ଟି ଥ୍ରୀ ନଟ୍ ରାଇଫଲ ପୁଲିସ ଜବତ କରିଛି। ପୁଲିସ ଓ ନକ୍ସଲ ମଧ୍ୟରେ ଏବେ ବି କମ୍ବିଂ ଅପରେସନ ଚାଲିଥିବା ନେଇ ବିଶାଖାପାଟଣା ଗ୍ରାମାଞ୍ଚଳ ଏସପି ସୂଚନା ଦେଇଛନ୍ତି।