ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ଗସ୍ତରେ ଅଛନ୍ତି। ସେ ଗୁରୁବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ। ମୁଖ୍ୟମନ୍ତ୍ରୀ ୨ ଦିବସୀୟ ଗସ୍ତକାଳରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାର ଆଶଙ୍କା ରହିଛି। ଏହି ସାକ୍ଷାତକାରରେ କ’ଣ ଆଲୋଚନା ହେବ, ତାହା ଜଣାପଡ଼ି ନାହିଁ।
ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ଗସ୍ତ କରିବା ପରେ ରାଜନୈତିକ ପଣ୍ଡିତ ମାନେ ଅନେକ କଳ୍ପନାଜଳ୍ପନା କରୁଛନ୍ତି। କୁହାଯାଉଛି ଯେ, ଉତ୍ତର ପ୍ରଦେଶ କ୍ୟାବିନେଟ ସଂପ୍ରସାରଣ ହୋଇପାରେ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ନେଇ ମଧ୍ୟ ମନ୍ଥନ ହୋଇପାରେ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ନେଇ ପାର୍ଟି ସୂତ୍ରରୁ କୌଣସି ବୟାନ ଦିଆଯାଇ ନାହିଁ। ଯୋଗୀ ଆଦିତ୍ୟନାଥ ଅଚାନକ ଦିଲ୍ଲୀ ପହଞ୍ଚିବା ଏବଂ କେନ୍ଦ୍ରୀୟ ନେତାଙ୍କୁ ଭେଟିବାକୁ ନେଇ ଅନେକ କଥା ଚିନ୍ତା କରୁଛନ୍ତି ରାଜନୈତିକ ବିଶେଷଜ୍ଞ।