ସହରର ସୁରକ୍ଷା ଲାଗି ସିସି ଟିଭି କ୍ୟାମେରା ଲଗାଇଲେ ସମାଜସେବୀ ବିନୋଦ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ସୁବାସ ବୋଷ ଛକ ନିକଟରେ ଜିଲ୍ଲାର ସୁରକ୍ଷା ପାଇଁ ଯୁବ ସମାଜସେବୀ ବିନୋଦ ତିୱାରୀ ୨ଟି ସିସି ଟିଭି କ୍ୟାମେରା ଲଗାଇଛନ୍ତି। ଏହାଦ୍ୱାରା ମାଲକାନଗିରିରୁ ଜୟପୁର ଏବଂ କାଲିମେଳା ମୁଖ୍ୟ ରାସ୍ତା ସହ ଛତିଶଗଡ଼ର ସୁକୁମା ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାର ସମସ୍ତ ଦୃଶ୍ୟ କଏଦ ହେବ । ଏହି ସ୍ଥାନମାନଙ୍କରେ ପୂର୍ବରୁ ଅନେକ ଦୋକାନରେ ଚୋରୀ ହେଉଥିବା ବେଳେ ଏହି କ୍ୟାମେରା ଲାଗିବା ଫଳରେ ଜିଲ୍ଲା ସଦର ମହାକୁମାରେ ଚୋରୀ ତଥା ଅନ୍ୟାନ୍ୟ ଅସମାଜିକ କାର୍ଯ୍ୟ ଉପରେ ରୋକ ଲାଗିବ ବୋଲି ସ୍ଥାନୀୟ ଲୋକେ ମତ ରଖିଛନ୍ତି। ଏହାପୂର୍ବରୁ ବିନୋଦ ମାଲକାନଗିରି ଡିଏନକେ ଛକ ଓ ବାଲିମେଳା ଛକରେ ସିସିଟିଭି କ୍ୟାମେରା ଲଗାଇଥିଲେ। ବିନୋଦଙ୍କ ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି।ଜିଲ୍ଲା ପ୍ରଶାସନ ଯେଉଁ କାର୍ଯ୍ୟ କରିବା କଥା ତାହାକୁ ବିନୋଦ ନିଜସ୍ୱ ଖର୍ଚ୍ଚରେ ଜିଲ୍ଲାବାସୀଙ୍କ ସୁରକ୍ଷା ପାଇଁ କରିଥିବା ବେଳେ ଆଗକୁ ମଧ୍ୟ ସେ ଏଭଳି ନିଜର ଜନସେବା ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ।