ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ିଲା ୪ ମହଲା କୋଠା; ୧୧ ମୃତ

ମୁମ୍ବାଇ,ଏଜେନ୍ସି: ମୁମ୍ବାଇର ପଶ୍ଚିମ ମାଲଦାରେ ଗତକାଲି ବିଳମ୍ବିତ ରାତ୍ରିରେ ପ୍ରବଳ ବର୍ଷା ଯୋଗୁଁ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିବା ଜଣାପଡ଼ିଛି। ବ୍ରିହାନମୁମ୍ବାଇ ମହାନଗର ନିଗମର ଏନେଇ ସୂଚନା ଦେଇଛି। ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। କ୍ଷତିଗ୍ରସ୍ତ ହୋଇଥିବା ଘରର ଆଖପାଖରେ ଥିବା ୩ ଅନ୍ୟ ବିଲ୍ଡିଂକୁ ମଧ୍ୟ ଖାଲି କରିଦିଆଯାଇଛି। ସୂଚନା ଅନୁଯାୟୀ ଏହି ବିଲ୍ଡିଂର ଅବସ୍ଥା ମଧ୍ୟ ଠିକ୍ ନଥିବା କୁହାଯାଇଛି।