ଭୁବନେଶ୍ୱର,ଏନ୍ଏନ୍ଏସ୍: ଔଷଧ ଦୋକାନୀ ଓ କର୍ମଚାରୀଙ୍କ ଟିକାକରଣ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଥମିକତା ଭିତ୍ତିରେ ଟିକାକରଣ କରିବା ପାଇଁ ସ୍ୱାସ୍ଥ୍ୟ ଏସିଏସ୍ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ୪୫ ବର୍ଷରୁ ଉର୍ଦ୍ଧ୍ୱ ବର୍ଗଙ୍କୁ କେନ୍ଦ୍ର ସରକାର ଦେଇଥିବା ଟିକାକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ୧୮ବର୍ଷରୁ ଉର୍ଦ୍ଧ୍ୱଙ୍କୁ ରାଜ୍ୟ ସରକାର ଦେଇଥିବା ଟିକାକୁ ଦେବାକୁ କହିଥିବା ଜଣାପଡ଼ିଛି।