ରାଜ୍ୟରେ ଆଉ ୬୦୯୭ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ବି ୬ ହଜାର ଉପରେ କରୋନା ପଜିଟିଭ କେସ୍। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଆଉ ୬୦୯୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରେ ୩୪୪୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଓ ୨୬୫୧ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ରିପୋର୍ଟ ମୁତାବକ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୁଳରୁ ୨୯୫, ବାଲେଶ୍ୱରରୁ ୩୯୨, ବରଗଡ଼ରୁ ୧୦୭, ଭଦ୍ରକରୁ ୨୪୬, ବଲାଙ୍ଗିରରୁ ୭୭, ବୌଦ୍ଧରୁ ୧୩୦, କଟକରୁ ୬୪୭, ଦେବଗଡ଼ରୁ ୨୮, ଢ଼େଙ୍କାନାଳରୁ ୭୩, ଗଜପତିରୁ ୪୮, ଗଞ୍ଜାମରୁ ୪୫, ଜଗତସିଂହପୁରରୁ ୨୨୬, ଯାଜପୁରରୁ ୪୩୪, ଝାରସୁଗୁଡ଼ାରୁ ୪୨, କଳାହାଣ୍ଡିରୁ ୭୭, କନ୍ଧମାଳରୁ ୧୧୨, କେନ୍ଦ୍ରାପଡ଼ାରୁ ୨୫୩, କେନ୍ଦୁଝରରୁ ୧୨୩, କୋରାପୁଟରୁ ୧୨୬, ମାଲକାନଗିରିରୁ ୮୪, ମୟୂରଭଞ୍ଜରୁ ୨୯୭, ନବରଙ୍ଗପୁରରୁ ୧୪୬, ନୟାଗଡ଼ରୁ ୧୨୦, ନୂଆପଡ଼ାରୁ ୧୭, ପୁରୀରୁ ୨୯୧, ରାୟଗଡ଼ାରୁ ୧୨୦, ସମ୍ବଲପୁରରୁ ୧୦୧, ସୋନପୁରରୁ ୬୪, ସୁନ୍ଦରଗଡ଼ରୁ ୨୦୮ ଓ ଷ୍ଟେଟ ପୁଲରୁ ୧୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୩୭ ହଜାର ୨୨୬ରେ ପହଞ୍ଚିଛି। ସେଥିରୁ ୭ ଲକ୍ଷ ୬୪ ହଜାର ୬୭୩ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୬୯ ହଜାର ୩୩୩ ଜଣ ସକ୍ରିୟ ରୋଗୀ ରହିଛନ୍ତି।