ବଢ଼ିଲା ଧାନର ସର୍ବନିମ୍ନ ମୂଲ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଛନ୍ତି। ଫଳରେ ଧାନ କ୍ୱିଣ୍ଟାଲ ପିଛା ଏମଏସପି ୧୯୪୦ ଟଙ୍କାକୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ପ୍ରଦାନ କରିଛନ୍ତି। ୨୦୨୦-୨୧ରେ ଏହା ୧୮୬୮ ଥିଲା ଯାହାକି ୨୧-୨୨ ପାଇଁ ୧୯୪୦ ହୋଇଛି। ଏଥିସହିତ ବାଜରା, ହରଡ଼, ରାଶି ଓ ବିରିର ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ବଢ଼ିଛି। ରାଶି କ୍ୱିଣ୍ଟାଲ ୪୫୨, ବିରି ଓ ହରଡ଼ କ୍ୱିଣ୍ଟାଲ ୩ଶହ ଟଙ୍କା ବଢ଼ିଥିବା ଜଣାପଡ଼ିଛି।