ଇସଲାମାବାଦ,ଏଜେନ୍ସି: ଆଜି ପାକିସ୍ତାନରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି।
ସିନ୍ଧର ଡାହରକି ରେଳ ଷ୍ଟେସନ ମଧ୍ୟରେ ସାର୍ ସୟଦ ଏକ୍ସପ୍ରେସ ଟ୍ରେନ ମିଲାଟ ଏକ୍ସପ୍ରେସ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯେଉଁଥିରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ରେଳ ଅଧିକାରୀଙ୍କ କହିବା ଅନୁସାରେ, ଟ୍ରାକରେ ପୂର୍ବରୁ ଥିବା ମିଲାଟ ଏକ୍ସପ୍ରେସ ସହିତ ସରଗୋଧା ଯାଉଥିବା ସାର୍ ସୟଦ ଏକ୍ସପ୍ରେସ ମୁହାଁମୁହିଁ ଧକ୍କା ହୋଇଥିଲା। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଟ୍ରେନ୍ ଭିତରେ ଅନେକ ଲୋକ ମଧ୍ୟ ଫସି ରହିଛନ୍ତି। ସେମାନଙ୍କୁ ବାହାରକୁ ଆଣିବା ପାଇଁ ପ୍ରୟାସ କରାଯାଉଛି। ଏହା ମଧ୍ୟ କୁହାଯାଉଛି ଯେ ଆସନ୍ତା କିଛି ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ବଢିପାରେ।
ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ଟ୍ରେନ୍ ସେବା ଆରମ୍ଭ ହେବା ପାଇଁ କେତେ ସମୟ ଲାଗିବ ତାହା ସେମାନେ କହିପାରିବେ ନାହିଁ। ଏଠାରେ ଯାଉଥିବା ଅନ୍ୟ ଟ୍ରେନ୍ ଗୁଡିକ ସ୍ଥଗିତ ହୋଇପାରେ।