Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସମ୍ପତ୍ତି ଲୋଭରେ ଜୀବିତକୁ ମାରିଦେଲେ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସମ୍ପତ୍ତି ଲୋଭରେ ଜୀବିତକୁ ମାରିଦେଲେ

ମୁଁ ଜୀବିତ, ମୋ ଜମି ଫେରେଇଦିଅ’

ବରଗଡ଼,ଏନ୍ଏନ୍ଏସ୍: ସମ୍ପତ୍ତି ଲୋଭରେ ଜୀବିତ ମହିଳାଙ୍କୁ ତାଙ୍କ ବଡ଼ ଭଉଣୀ ଓ ସମ୍ପର୍କୀୟ ମୃତ ଦର୍ଶାଇ ଜମି ବିକିଦେଲେ। ଏଭଳି ଏକ ଅଭିଯୋଗ ତଥା ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲା ଭେଡେନ୍ ଅଞ୍ଚଳରେ ଦେଖିବାକୁ ମିଳିଛି। ସମ୍ପୃକ୍ତ ମହିଳା ଅବିବାହିତ ଥିବା ଓ ମୃତ ବୋଲି ନକଲି ପ୍ରମାଣପତ୍ର ଜରିଆରେ ଜମି ବିକ୍ରି କରାଯାଇଥିବା ଜଣାପଡ଼ିଛି। ଖାଲି ଏତିକି ନୁହେଁ ଏହି ତଞ୍ଚକତା ଘଟଣାରେ ବହୁ ସରକାରୀ ଅଧିକାରୀ ସାମିଲ ଥିବା ଅଭିଯୋଗ ହୋଇଛି। ତେବେ ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ମହିଳା ଜଣଙ୍କ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ ‘ମୁଁ ଜୀବିତ, ମୋ ଜମି ମୋତେ ଫେରେଇଦିଅ’ ବୋଲି କହୁଥିଲେ ମଧ୍ୟ ନିରାଶ ହୋଇଛନ୍ତି।

ବରଗଡ଼ ସଦର ବ୍ଲକ୍ ତୁରଙ୍ଗା ଗ୍ରାମର ଡୋଳାମଣି ମହାପାତ୍ରଙ୍କ ପତ୍ନୀ ତପ ମହାପାତ୍ର। ବୟସ ପାଖାପାଖି ୫୦। ତାଙ୍କ ବଡ଼ ଭଉଣୀମାନେ ତାଙ୍କୁ ମୃତ ଦର୍ଶାଇ ଜମି ବିକ୍ରି କରିଦେଇଥିବା ତପ ଅଭିଯୋଗ କରିବା ସହ ଏଥିପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି। ସବିଶେଷ ସୂଚନା ଅନୁସାରେ ଭେଡେନ ଥାନା ଋଷୁଡ଼ା ଗ୍ରାମର ପୂଜକ ସ୍ୱର୍ଗତଃ ଦଶରଥ ମହାପାତ୍ର ଏବଂ ସ୍ୱର୍ଗତଃ ମାଧବୀ ମହାପାତ୍ରଙ୍କ ୪ ଝିଅ ମଧ୍ୟରେ ସାନ ତପ ମହାପାତ୍ର। ଅନ୍ୟ ତିନି ଭଉଣୀ ଅସର୍ପି, ଅନୁରୀ ଥନାପତି ଓ ନୁରା ଗୌନ୍ତିଆ। ଅସର୍ପିଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପୁଅ ଟିକେଲାଲ ମହାପାତ୍ର ଅଛନ୍ତି।

ବାପାଙ୍କ ମୃତ୍ୟୁ ପରେ ମାଆ ମାଧବୀଙ୍କ ତପ ରହୁଥିଲେ ଓ ମନ୍ଦିର ପୂଜା କାର୍ଯ୍ୟରେ ସହଯୋଗ କରୁଥିଲେ। ସେତିକିବେଳେ ୨.୩୭ ଏକର ଜମିକୁ ମାଧବୀ ନିଜ ନାତି ତଥା ତପଙ୍କ ସାନପୁଅ ସଞ୍ଜୟଙ୍କ ନାମରେ ଚୁକ୍ତିନାମା କରାଇ ଦେଇଥିଲେ। ଏହାକୁ ସେ ସମୟରେ ଅନ୍ୟ ଭଉଣୀମାନେ ମଧ୍ୟ ସ୍ୱୀକାର କରିଥିବା କୁହାଯାଉଛି। ତେବେ ଗତ ଜୁଲାଇରେ ଉକ୍ତ ଜମିକୁ ଅସର୍ପିଙ୍କ ପୁଅ ଟିକେଲାଲ ମହାପାତ୍ର ସମେତ ଅନୁରୀ ଓ ନୁରା ମିଶି ଜଣେ ଅଣଓଡ଼ିଆ ମଲ୍ଲୀପୁଡ଼ି ଶ୍ରୀନିବାସ ପଟ୍ଟାଭିରାମିୟା ଚୌଧୁରୀଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି।

ଏଥିପାଇଁ ତପଙ୍କୁ ଅବିବାହିତା ଓ ମୃତ ଦର୍ଶାଯାଇଥିବା ବେଳେ ନକଲି ପ୍ରମାଣପତ୍ର ଦେଇଥିବା ଜଣାପଡ଼ିଛି। ଉକ୍ତ ମୃତ୍ୟୁ ପ୍ରମାଣପତ୍ର ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନ ଇସ୍ୟୁ କରିଥିବା ବେଳେ ୩ ଫେବ୍ରୁଆରୀ ୨୦୦୯ରେ ବୁର୍ଲା ବଡ଼ ମେଡିକାଲରେ ତପ ମହାପାତ୍ର ପ୍ରାଣ ହରାଇଥିବା ଦର୍ଶାଯାଇଛି। ସେହିପରି ମା’ ମାଧବୀ ମହାପାତ୍ର ୨୯ ନଭେମ୍ବର ୨୦୧୩ ରେ ପ୍ରାଣ ହରାଇଥିବାବେଳେ ନକଲି ପ୍ରମାଣପତ୍ରରେ ୧୨ ମାର୍ଚ୍ଚ ୨୦୧୮ରେ ମୁତ୍ୟୁ ହୋଇଥିବା ଦର୍ଶାଯାଇଛି ଓ ଭେଡେନ ସିଏଚ୍ସି ତରଫରୁ ଇସ୍ୟୁ ହୋଇଥିବା ଉଲ୍ଲେଖ ରହିଛି।

ଏଭଳି ତଞ୍ଚକତା କରି ତାଙ୍କ ପୁଅ ସଞ୍ଜୟ ମହାପାତ୍ରଙ୍କ ନାମରେ ଥିବା ଋଷୁଡ଼ା ମୌଜା ଚକଖାତା ନମ୍ବର ୭୮, ପ୍ଲଟ୍ ନମ୍ବର ୧୩୯ର ୨.୩୭ ଏକର ଜମି ବିକ୍ରି କରାଯାଇଥିବା ତପ ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ, ଘଟଣା ଜାଣିବା ପରେ ସମ୍ପୃକ୍ତ କ୍ରେତାକୁ ପଟ୍ଟା ନଦେବାକୁ ତପ ଆବେଦନ କରିଥିଲେ ମଧ୍ୟ ଭେଡେନ ତହସିଲ ତରଫରୁ ତାହା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ପୁଲିସ୍ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଳା ପ୍ରଶାସନ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତପଙ୍କୁ ନିରାଶ ହେବାକୁ ପଡ଼ିଛି। ତୁରନ୍ତ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ତପଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ଦାବି ହେଉଛି।