କ୍ୟାଟ୍ ପଞ୍ଜିକରଣ ଶେଷ ତାରିଖ ୨୫କୁ ଘୁଞ୍ଚିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: କ୍ୟାଟ ପରୀକ୍ଷା ଲାଗି ପଞ୍ଜିକରଣର ଶେଷ ତାରିଖ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହା ସେପ୍ଟେମ୍ବର ୧୮ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା। ଆସନ୍ତା ୨୫ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଅକ୍ଟୋବର ୨୩ ସନ୍ଧ୍ୟା ୫ଟାରୁ ଆବେଦନକାରୀମାନେ ଏହାର ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ। ନଭେମ୍ବର ୨୪ରେ କ୍ୟାଟ୍ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର ଅବଧି ୩ଘଣ୍ଟା ରହିବ।