ନୂଆଦିଲ୍ଲୀ: ୨୦୨୧ ଶେଷ ସୁଦ୍ଧା ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କ ଟିକାକରଣ ହୋଇଯିବ। ଏନେଇ ସୁପ୍ରିମକୋର୍ଟଠାରେ କେନ୍ଦ୍ର ସରକାର ଦାବି କରିଛନ୍ତି। ଜାନୁଆରୀରୁ ଏବେସୁଦ୍ଧା ମୋଟ ୫ ପ୍ରତିଶତ ଲୋକଙ୍କୁ ଭ୍ୟାକ୍ସିନର ୨ଟି ଡୋଜ୍ ଦିଆଯାଇଥିବା ନେଇ ମଧ୍ୟ ସୁପ୍ରିମକୋର୍ଟକୁ କେନ୍ଦ୍ର ସରକାର କହିଛନ୍ତି। କିନ୍ତୁ ଯେଉଁ ଗତିରେ ଭ୍ୟାକ୍ସିନ ପ୍ରଦାନ କରାଯାଉଛି ସେହି ଅନୁସାରେ ଚଳିତ ବର୍ଷ ଶେଷ ସୁଦ୍ଧା ୩୫ରୁ ୪୦ ପ୍ରତିଶତ ଜନବସତିଙ୍କର ଟିକାକରଣ ସରିବ ବୋଲି ବିଶେଷଜ୍ଞ ଦାବି କରିଛନ୍ତି।