ଆସନ୍ତା କାଲି ଭାରତ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ବର୍ଷ ଆସନ୍ତା କାଲି ଠାରୁ ଦକ୍ଷିଣ ଭାରତୀୟ ରାଜ୍ୟରେ ବର୍ଷା ଆରମ୍ଭ ହେବାର ଆଶା କରାଯାଉଛି। ଚଳିତ ବର୍ଷର ମୌସୁମୀ ବର୍ଷା କେରଳରେ ପୂର୍ବ ଅପେକ୍ଷା ଶୀଘ୍ର ପହଞ୍ଚିବାର ସମ୍ଭାବନା ରହିଛି। ଭାରତ ପାଣିପାଗ ବିଭାଗ(ଆଇଏମଡି)ର ଦୈନିକ ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ତ୍ତମାନ ମାଲଦ୍ୱୀପ-କୋମରିନ୍ ଅଞ୍ଚଳ, ଶ୍ରୀଲଙ୍କା ଏବଂ ଦକ୍ଷିଣ-ପଶ୍ଚିମ ଏବଂ ବଙ୍ଗୋପସାଗରର ପୂର୍ବ-ମଧ୍ୟଭାଗକୁ ଯାଇଛି। ଏହାର ଉତ୍ତର ସୀମା ଭାରତୀୟ ମଧ୍ୟପ୍ରଦେଶର ଦକ୍ଷିଣ ଦିଗକୁ ନିକଟତର ହେବାରେ ଲାଗିଛି, ତେଣୁ ପାଣିପାଗ ବିଜ୍ଞାନୀମାନେ ଆଶା କରୁଛନ୍ତି ଯେ କେରଳରେ ଚଳିତ ଋତୁରେ କାଲି ଠାରୁ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି।

ଏହାର ଅର୍ଥ ସ୍ୱାଭାବିକ ଠାରୁ ଗୋଟିଏ ଦିନ ପୂର୍ବରୁ କେରଳ ଉପରେ ମୌସୁମୀ ବର୍ଷା ଆରମ୍ଭ ହେବ। ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁ ସାଧାରଣତଃ ଜୁନ୍ ୧’ରେ ଦେଶ ଛୁଇଁ ଥାଏ। ଜୁନ୍ ମାସରେ, କେରଳ ସମେତ ଭାରତର ପଶ୍ଚିମ ଉପକୂଳରେ ସ୍ୱାଭାବିକରୁ ଅଧିକ ବର୍ଷା ହେବା ସହିତ ଜଳବାୟୁ ମଡେଲଗୁଡିକରେ ଦକ୍ଷିଣ ଭାରତ ଭିଜିବା ଆରମ୍ଭ ହେବାର ପୂର୍ବାନୁମାନ କରାଯାଇଛି। ଜୁନ୍ ପ୍ରଥମ ୨ ସପ୍ତାହରେ ସାଧାରଣ ବର୍ଷା ହେବାର ସମ୍ଭାବନା ଥିବାବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସ୍ୱାଭାବିକ ଅପେକ୍ଷା ଶୁଖିଲା ରହିପାରେ।

ଆଇଏମଡ଼ିର ପୂର୍ବାନୁମାନ ଅନୁଯାୟୀ, ଭାରତରେ ସ୍ୱାଭାବିକ ମୌସୁମୀ ବର୍ଷା ହେବାର ସମ୍ଭାବନା ଅଛି ଯାହା ଲଙ୍ଗ୍ ପିରିୟଡର ୯୮% ଅଟେ। ତଦନୁସାରେ, ୯୮% ର ଏହି ପୂର୍ବାନୁମାନ ସୂଚିତ କରେ ଯେ ଏହି ବର୍ଷର ମୌସୁମୀ ସମଗ୍ର ଦେଶରେ ସମୁଦାୟ ୮୬.୨ ସେମି ବର୍ଷା ହେବାର ଆଶଙ୍କା ରହିଛି।