ଭୁବନେଶ୍ୱର,ଏନ୍ଏନ୍ଏସ୍: ଯେଉଁଠୁ କରୋନାର ଉତ୍ପତି ହୋଇଥିଲା ସେଠାରୁ ଆଜି ଆସି ପହଞ୍ଚିଛି ଅକ୍ସିଜେନ ସିଲିଣ୍ଡର। ଦେଶର ବିଭିନ୍ନ ସ୍ଥାନରେ ଅକ୍ସିଜେନ ଅଭାବରୁ ବହୁ ରୋଗୀଙ୍କ ପ୍ରାଣହାନି ଘଟିବା ପରେ ସହାୟତାର ହାତ ବଢାଇଥିଲେ ବହୁ ବିଦେଶୀ ରାଷ୍ଟ୍ର। ବର୍ତ୍ତମାନ ଏହି ସାହାଯ୍ୟ ତାଲିକାରେ ଯୋଡି ହୋଇଛି ଚୀନ୍।
ଚୀନରୁ ଆସିଥିବା ଅକ୍ସିଜେନ ସିଲିଣ୍ଡର ଆଜି(ରବିବାର) ଭୁବନେଶ୍ୱରରେ ପହଞ୍ଚିଛି। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସୀତ କୁମାର ତ୍ରିପାଠୀ। ଅକ୍ସିଜେନ ଅଭାବରୁ ଯେପରି କୌଣସି ବ୍ୟକ୍ତିଙ୍କ ସମସ୍ୟା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।