ସଇଁନ୍ତଳା,ଏନ୍ଏନ୍ଏସ୍: ସାରା ରାଜ୍ୟରେ କରୋନା ମହାମାରୀ ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ଲକଡାଉନ ଓ ସଟଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ରହୁଛି। ଏହି ମଧ୍ୟରେ ଅନେକ ଲୋକେ ଖାଇବା ପାଇଁ ଡହଳ ବିକଳ ହେଉଛନ୍ତି। ଏନେଇ ବିଭିନ୍ନ ସଂଗଠନ ପକ୍ଷରୁ ଲୋକଙ୍କୁ ଖାଦ୍ୟ ଯୋଗାଯାଉଛି। ଆଜି ରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନକୁ ୭ ବର୍ଷ ପୂର୍ତ୍ତି ହେଉଛି।
ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବଲାଙ୍ଗିର ସାଂସଦଙ୍କ ସଇଁନ୍ତଳା ବ୍ଲକ ପ୍ରତିନିଧି ଅକ୍ଷୟ ରଣାଙ୍କ ନେତୃତ୍ୱରେ ସ୍ଥାନୀୟ ଡାକ୍ତରଖାନାରେ ସଇଁନ୍ତଳା ମଣ୍ଡଳ ସଭାପତି ଦୈତାରି ଭୋଇ, ସରୋଜ ସାହୁ, ସ୍ଥାନୀୟ ସରପଞ୍ଚ ଭୀମସେନ ସ୍ୱାଇଁ, ତ୍ରିନାଥ ସାହୁ, ଗୈରି ରଣା, ବିରଞ୍ଚି ରଣା, ବୁବୁନ ପାଣିଗ୍ରାହୀ ପ୍ରମୁଖଙ୍କ ସହଯୋଗରେ କଦଳୀ, ସେଓ, ଅଙ୍ଗୁର, ପାଉଁରୁଟି, ବିସ୍କୁଟ ଭଲି ଅନେକ ଖାଦ୍ୟ ବଣ୍ଟନ କରାଯାଇଛି। ଏଥିସହ ବ୍ଲକର ଟିକ୍ରା ପଡା ଠାରେ ମାସ୍କ ବଣ୍ଟନ, ଗଣ୍ଡପତ୍ରା ପାଳି ଠାରେ ରନ୍ଧା ଖାଦ୍ୟ ବଣ୍ଟନ, ବେଳଗାଁରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।