ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀର ଜଣେ ବ୍ୟବସାୟୀ ନବନୀତ କାଲରାଙ୍କୁ ଜାମିନ ମିଳିଛି। ଅକ୍ସିଜେନ କନସନଟ୍ରେଟରର କଳାବଜାରି କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ସାକେତ କୋର୍ଟ ଆଜି ଜାମିନ ଆବେଦନକୁ ମଞ୍ଜୁରି ପ୍ରଦାନ କରିଛି।
ସୂଚନା ଅନୁସାରେ ଦିଲ୍ଲୀରେ ଅକ୍ସିଜେନ ଅଭାବ ସମୟରେ କାଲରା ଅକ୍ସିଜେନ କନସନଟ୍ରେଟରର କଳାବଜାରି କରୁଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଥିଲା। ତେବେ ଏହି ଅଭିଯୋଗକୁ କାଲରା ଖଣ୍ଡନ କରିଛନ୍ତି। ଏହା ପୂର୍ବରୁ କାଲରା ଓ ତାଙ୍କ ସହଯୋଗୀ ଗଗନ ଦୁଗ୍ଗଲର ଦିଲ୍ଲୀ ଓ ଗୁରୁଗ୍ରାମ ସ୍ଥିତ ୧୩ଟି ଠିକଣାରେ ଗତ ସପ୍ତାହରେ ଇଡି ଚଢ଼ଉ କରିଥିଲା। ସେଠାରୁ ୭ ହଜାରରୁ ଅଧିକ ଅକ୍ସିଜେନ କନସନଟ୍ରେଟର ଜବତ ହୋଇଥିଲା।