ଚେନ୍ନାଇ: କୋଭିଡ -୧୯ ଯୋଗୁ ପିତାମାତାଙ୍କୁ ହରାଇଥିବା ପିଲାଙ୍କୁ ତାମିଲନାଡ଼ୁ ସରକାର ୫ ଲକ୍ଷ ଟଙ୍କା ପ୍ରଦାନ କରିବେ। ଏନେଇ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଘୋଷଣା କରିଛନ୍ତି। ଷ୍ଟାଲିନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ କରୋନାରେ ପ୍ରଭାବିତ ହୋଇଥିବା ପରିବାରକୁ ୪ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବାର ସହାୟତା ରାଶି ଉପରେ ହସ୍ତାକ୍ଷର କରିଥିଲେ। ପରେ କୋଭିଡ ଯୋଗୁ ଡ୍ୟୁଟିରେ ପ୍ରାଣ ହରାଉଥିବା ଡାକ୍ତରଙ୍କ ଲାଗି ମେ’ ୧୨ ତାରିଖରେ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ନେଇ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, କରୋନା ଯୋଗୁ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ଦିଆଯାଉଥିବା ୫ ଲକ୍ଷ ଟଙ୍କାର ସହାୟତା ରାଶିକୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ୧୦ ଲକ୍ଷ ଟଙ୍କା କରି ଦେଇଥିଲେ। କେବଳ ଏତିକି ନୁହେଁ, ମହାମାରୀ ଉପରେ ରିପୋର୍ଟିଂ କରୁଥିବା ସାମ୍ବାଦିକଙ୍କ ପ୍ରୋତ୍ସାହନ ରାଶି ୩ ହଜାରରୁ ୫ ହଜାର କରି ଦେଇଥିଲେ।