ବଲାଙ୍ଗିର,ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ପୁଲିସକୁ ମିଳିଲା ବଡ଼ ସଫଳତା । ଆନ୍ତଃରାଜ୍ୟ ନିଶା କାରବାର ବେଳେ ବଲାଙ୍ଗିର ପୁଲିସ ୯୦ ପେଟି କଫସିରଫ ଜବତ କରିଛି। ଆଜି ସକାଳୁ ସକାଳୁ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା କନ୍ଦାଗାଡ଼ ଜଙ୍ଗଲ ଭିତରେ ଏକ ଟ୍ରକରେ କଫ ସିରଫ ଚାଲାଣ ହେଉଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ଜବତ ହୋଇଥିବା କଫ ସିରଫର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ପୁଲିସ ଅନୁମାନ କରୁଛି ।