ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣର ଅବଶିଷ୍ଟ ମ୍ୟାଚ ୟୁଏଇରେ ଖେଳାଯିବ। ଆଜି ବିସିସିଆଇ ଦ୍ୱାରା ଆୟୋଜିତ ହୋଇଥିବା ବୈଠକରେ ଆଇପିଏଲକୁ ଇଣ୍ଡିଆରୁ ୟୁଏଇ ସ୍ଥାନାନ୍ତରିତ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ସେଥିପାଇଁ ଅବଶିଷ୍ଟ ୩୧ମ୍ୟାଚ୍ ସେପ୍ଟେମ୍ବର ଓ ଅକ୍ଟୋବରରେ ୟୁଏଇରେ ଆୟୋଜିତ କରାଯିବ ବୋଲି ସୂଚନା ମିଳିଛି।